Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ

ଉପକୃତ ହେବେ 30 ଲକ୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୧୩୦୦୦ କୋଟି ଟଙ୍କାର ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସହାୟତା । କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ । ବିଶ୍ୱକର୍ମା ଯୋଜନା ଦ୍ୱାରା ୩୦ ଲକ୍ଷ କାରିଗର ପରିବାର ଉପକୃତ ହେବେ ।

ଏହା ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ୧୪,୯୦୩ କୋଟି ଟଙ୍କାର ଡିଜିଟାଲ୍ ଇଣ୍ଡିଆ ବିସ୍ତାର ଯୋଜନାକୁ ଅନୁମୋଦନ କରିଛି। ଡିଜି ଲକର କେବଳ ନାଗରିକଙ୍କ ପାଇଁ ଉପଲବ୍ଧ ଥିବାବେଳେ ୪୦୦ ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି । ଖୁବ୍ ଶୀଘ୍ର ଏମଏସଏମଇ ପାଇଁ ଡିଜି ଲକର ସୁବିଧା ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ସାରା ଦେଶରେ ପ୍ରାୟ ୧୦୦୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ ହେବ | ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ଅଧୀନରେ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ ମଡେଲରେ ୧୦୦୦୦ ଇ-ବସ୍ ସହିତ ସିଟି ବସ୍ ଚଳାଯିବ । ପାଖାପାଖି ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ଚାଲିବାକୁ ଥିବାବେଳେ ଏହି ଯୋଜନାରେ ୧୦ ବର୍ଷ ପାଇଁ ବସ୍ ଚଳାଚଳ କରିବ ।

Show More

Related Articles

Back to top button