ଓଡ଼ିଶା
ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ
ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଯାଞ୍ଚ କରି ଏଫ୍ଆଇଆର ଦେବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅନେକ ଏଫ୍ଆଇଆର ବି ହୋଇଛି ଓ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି । କିଛି ନକଲି ଶିକ୍ଷକ ବହିଷ୍କାର ହୋଇଛନ୍ତି । ହାଇକୋର୍ଟରେ ପିଆଇଏଲ୍ ହୋଇଛି । ଏଫ୍ଆଇଆର ଷ୍ଟାଟସ୍ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଥ୍ୟ ମଧ୍ୟ ମଗାଯାଇଛି । ଶିକ୍ଷକ ନିଯୁକ୍ତି ବେଳେ ଜାଲ ଦସ୍ତାବିଜ ଦେଇଥିବା ଅଭିଯୋଗ ଆସିଥିଲା । ବିଇଓ ଓ ଡିଇଓଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆର.ଆୟର କହିଛନ୍ତି ।