Breaking PLUSମୁଖ୍ୟ ଖବରସ୍ୱତନ୍ତ୍ର
ନାଜି ସୈନିକଙ୍କୁ ପ୍ରଶଂସା କରିବା ପ୍ରସଙ୍ଗ, ସଂସଦରେ ନିସର୍ତ୍ତ କ୍ଷମା ମାଗିଲେ କାନାଡା ପିଏମ
ଓଟ୍ଟଭା- ନାଜି ସୈନିକଙ୍କ ପ୍ରଶଂସା ପାଇଁ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସଂସଦରେ ସେ କହିଛନ୍ତି ଯେ, ଶୁକ୍ରବାର ଯାହା କିଛି ହୋଇଥିଲା, ସେଥିପାଇଁ ସେ ନିସର୍ତ୍ତ 4ମା ପ୍ରାର୍ଥନା କରୁଛନ୍ତି । ସେଠାରେ ଉପସ୍ଥିତ ଥିବା ଆମ ସମସ୍ତଙ୍କ ପାଇଁ, ଅଜାଣତରେ ଏହି ବ୍ୟକ୍ତିଙ୍କୁ ଚିହ୍ନିବାରେ ବଡ ଭୁଲ ହୋଇଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ, ହାଉସ ଅଫ୍ କମନ୍ସର ସ୍ପିକର ଆନ୍ଥୋନୀ ରୋଟା ଗତ ଶୁକ୍ରବାର ଦିନ ସଂସଦରେ ୟାରୋସ୍ଲାଭ ହଙ୍କାଙ୍କୁ ହିରୋ ଘୋଷଣା କରିଥିଲେ। ତେବେ ମଙ୍ଗଳବାର ଦିନ ବାଚସ୍ପତି ରୋଟା ଗୃହର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ଏହି ମାମଲା ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି କହିଥିଲେ।
ପୋଲାଣ୍ଡର ମୂଳ ୟୁକ୍ରେନ ହଙ୍କା (98) ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ୟୁନିଟରେ ସେବା କରିଥିଲେ ଏବଂ ପରେ କାନାଡା ପଳାଇ ଯାଇଥିଲେ।
ଏହି ପୂରା ଘଟଣା ପାଇଁ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ କଡା ସମାଲୋଚନା କରାଯାଇଥିଲା।