Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ

ଭୁବନେଶ୍ୱର, 1 ନଭେମ୍ବର – ଆଜିଠୁ ୭ ମାସ ଯାଏଁ ସମୁଦ୍ରରେ ମାଛ ମାରିବା ନିଷେଧ । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ବାରଣ। ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ ହୋଇଛି । କଇଁଛ ଆଗମନ, ମିଳନସ୍ଥଳ ଏବଂ ଅଣ୍ଡାଦାନ ଅଞ୍ଚଳରେ ବ୍ୟାପକ କଟକଣା ଲାଗିଛି।



