ଭୁବନେଶ୍ୱର : ଓଡିଶାରେ ଦୁର୍ନୀତି ବଢୁଥିବାରୁ ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚି ଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ଏହି କଥା କହିଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଲୋକଙ୍କ ଦୁର୍ନୀତିରେ ଓଡ଼ିଶା ଭାରାକ୍ରାନ୍ତ ହୋଇଯାଇଛି। ଏଣୁ ମୁଁ ଭାବୁଛି ଯେ ଏଠାକୁ ସିବିଆଇ ଓ ଇଡି ଆସିବାର ଆବଶ୍ୟକତା ରହିଛି। କିନ୍ତୁ ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ନାହିଁ, ତାହା ମୁଁ ଜାଣିନି। ମୁଁ ସିବିଆଇ ଓ ଇଡିର ପ୍ରବକ୍ତା ନୁହେଁ। ସିବିଆଇ ଓ ଇଡି ଆମର ରାଜନୈତିକ ଅସ୍ତ୍ର ନୁହନ୍ତି। ଆମ କର୍ମକର୍ତ୍ତାଙ୍କ ପରିଶ୍ରମରେ ଆମେ ପରିବର୍ତ୍ତନ କରିବୁ। ଓଡ଼ିଶାର ରାଜନୀତିକ ପରିସ୍ଥିତି ବିଷୟରେ ନଡ୍ଡା ଓ ଶାହଙ୍କ ସହିତ ଆଲୋଚନା ହୋଇଥିବା କହିଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ହୁଏତ ସେମାନେ (ନଡ୍ଡା ଓ ଶାହ) କିଛି କଥା ଜାଣି ନଥାଇ ପାରନ୍ତି, କିନ୍ତୁ ଓଡ଼ିଶା ବିଷୟରେ ଟିକିନିଖି ଖବର ରଖିଛନ୍ତି। ତୃଣମୂଳ ସ୍ତରରେ କ’ଣ ଘଟୁଛି ସେମାନେ ଆମଠୁ ଅଧିକ ଜାଣିଛନ୍ତି।
Related Articles
26ରୁ ବିଧାନସଭାର ଶୀତକାଳୀନ ଅଧିବେଶନ
17 seconds ago
Check Also
Close
-
ୱାକଫ ସଂଶୋଧନ ବିଲକୁ ବିଜେଡିର ବିରୋଧ7 mins ago