Breaking PLUSଦେଶମୁଖ୍ୟ ଖବର
ଆରଜି କର ମାମଲା-ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍

କୋଲକାତା- ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ଘନ ଘନ ଜେରା କରୁଛି। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷ୍। ଆଜି ସିବିଆଇ ଟିମ୍ ତାଙ୍କ ଘରେ ଚଢାଉ କରିଛି। କୋଲକାତା ସ୍ଥିତ ବେଲେଘାଟରେ ଥିବା ତାଙ୍କ ଘରେ ଆଜି ଚଢାଉ ହୋଇଛି। ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଶନିବାର ତାଙ୍କ ବିରୋଧରେ ଆଣ୍ଟି କରପସନ୍ ମାମଲା ଦାୟର ହୋଇଥିଲା।


