Breaking PLUSଓଡ଼ିଶାମୁଖ୍ୟ ଖବର

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ

ଭୁବନେଶ୍ୱର-IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ  । ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏକ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ଅନୁମାନ କରାଯାଉଛି। ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଜାରି କରାଯାଇଥିଲା। ପୁନର୍ବାର ତାଙ୍କୁ ସମନ ଜାରି କରାଯାଇଛି। ତେବେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବିଷ୍ଣୁପଦ।

ଏହାପୂର୍ବରୁ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ୍।

Show More

Related Articles

Back to top button