Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, 13 ମେ- ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ବାଦଶରେ ପାସ ହାର ୮୮.୩୯ ପ୍ରତିଶତ । ସମସ୍ତ ବିଭାଗରେ ପ୍ରକାଶ ପାଇଲା ପରୀକ୍ଷା ଫଳ । ପୁଅଙ୍କୁ ପଛରେ ପକାଇଲେ ଝିଅ । ୯୧ ପ୍ରତିଶତରୁ ଅଧିକ ଝିଅ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଚଳିତ ବର୍ଷ ଦ୍ୱାଦଶରେ ପାସହାର ୮୮.୩୯ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍ହାର ୯୧.୬୪ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୮୫.୭୦ପ୍ରତିଶତ ରହିଛି । ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ ରହିଛି । ୪୦ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି । ଭୁବନେଶ୍ୱର ଜୋନରେ ମୋଟ ୮୩.୬୪ପ୍ରତିଶତ ପାସ୍ହାର ରହିଥିବା ବେଳେ ସେଥିମଧ୍ୟରୁ ୭୭.୦୫ ପ୍ରତିଶତ ଛାତ୍ରୀ ରହିଛନ୍ତି ଏବଂ ୮୦.୭୭ପ୍ରତିଶତ ଛାତ୍ର ପାସ କରିଛନ୍ତି ।


