Breaking PLUSଦେଶମୁଖ୍ୟ ଖବର
ମଙ୍କିପକ୍ସ ନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ- ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସଜାଗ ହୋଇଛନ୍ତି । ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇବା ସହିତ ମାର୍ଗଦର୍ଶିକା ଜାରି କରିଛି। ମଙ୍କିପକ୍ସ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ଏହା କିପରି ବ୍ୟାପେ ଏବଂ କିପରି ଆଗୁଆ ପ୍ରତିଷେଧକମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଲୋକଙ୍କ ମଧ୍ୟରେ ଯେପରି ଭୟର ବାତାବରଣ ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।