Breaking PLUSଓଡ଼ିଶାମୁଖ୍ୟ ଖବର

ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନାହିଁ- ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର- EVM ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସ୍‌ମିଟ୍‌ କରିଛନ୍ତି । ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଗତକାଲି ସଂଧ୍ୟାରେ ନୂଆପଡ଼ାକୁ ବାହାରୁ କୌଣସି ମେସିନ୍‌ ଆସିନାହିଁ’ । ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି  । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ ମାସରେ ଥରେ ଲେଖାଏ ଯାଞ୍ଚ କରାଯାଏ  । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରୁହନ୍ତି  । ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା  । ଏଯାଏ EVM ବିରୋଧୀ ଗୋଟିଏ ଅଭିଯୋଗ ପ୍ରମାଣିତ ହୋଇନାହିଁ  ।ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଥିବା ନେଇ ସୂଚନା ଦେଇଛନ୍ତି । ଗତକାଲି ବିଜେଡି ଇଭିଏମ ଚୋରିର ଅଭିଯୋଗ ଆଣିଥିଲା ।

Show More

Related Articles

Back to top button