Breaking PLUSଦେଶମୁଖ୍ୟ ଖବର

‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରୱଣେ

ତିନି ସେନାର ମୁଖ୍ୟମାନଙ୍କୁ ନେଇ ଗଠିତ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରୱଣେ(Manoj Mukund Naravane) । ଏନେଇ ସେ ବିଷୟରେ ଅବଗତ ଥିବା ‌ବ୍ୟକ୍ତିବିଶେଷଙ୍କସୂତ୍ରରୁ ଗତକାଲି ଜଣାପଡ଼ିଛି ।

ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ମୃତ୍ୟୁ ଘଟିବା ପରେ ଉକ୍ତ ପଦବୀ ଖାଲି ପଡ଼ିଥିଲା ।

ତିନି ସେନା ମୁଖ୍ୟମାନଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱଣେଙ୍କୁ ଉପରୋକ୍ତ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ବୋଲି ସେମାନେ କହିଛନ୍ତି ।

ବାୟୁସେନା ମୁଖ୍ୟ ଏୟାର୍‌ ମାର୍ସଲ୍‌ ଭି.ଆର୍‌. ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର ଯଥାକ୍ରମେ ସେପ୍ଟମ୍ବର ୩୦ ଏବଂ ନଭେମ୍ବର ୩୦ରେ ନିଜ ନିଜର ପଦବୀରେ ନିଯୁକ୍ତି ପାଇଥିଲେ ।

‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନି ସେନାର ସବୁଠୁ ବରିଷ୍ଠ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଉଥିଲେ ।

ମଙ୍ଗଳବାର ଦିନ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ ଏକତ୍ର ହୋଇ ଜେନେରାଲ୍‌ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ଏବଂ ସଶସ୍ତ୍ର ସେନାର ଅନ୍ୟ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଶୋକସଭା କରିଥିଲେ । ସେମାନେ ପାରସ୍ପରିକ ପ୍ରତିରକ୍ଷା ସହଯୋଗ ବିଷୟରେ ଆଲୋଚନା କରିଥିଲେ ବୋଲି ସେନା କହିଛି ।

Show More

Related Articles

Back to top button