Breaking PLUSଓଡ଼ିଶାପାଣିପାଗ

ଆସନ୍ତା ୨ରୁ ପୁଣି ଓଡ଼ିଶାରେ ବର୍ଷା ସମ୍ଭାବନା

ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକଙ୍କ ସୂଚନା

ଆସନ୍ତା ଡିସେମ୍ବର ୨ରୁ ଓଡ଼ିଶାରେ ପୁଣି ଲଘୁଚାପ ବର୍ଷା ସମ୍ଭାବନା ରହିଛି । ଆସନ୍ତା ନଭେମ୍ବର ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ଏବଂ ଡିସେମ୍ବର ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ବଙ୍ଗୋପସାଗର ଅଶାନ୍ତ ହେବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବ କ’ଣ ରହିବ ତାହା ଜଣାପଡ଼ିବ । ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେବନି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଏବଂ ଏହାର ପ୍ରଭାବ କଣ ରହିବ ସେ ବାବଦରେ ସ୍ପଷ୍ଟ ସୂଚନା ମିଳିଯିବ ।

ତେବେ ଆସନ୍ତା ୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳ ମୁହାଁ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏପରିକି ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଡିଷ୍ଟରବାନ୍ସରେ ପରିଣତ ହେବାର ସଙ୍କେତ ମିଳୁଥିବା କହିଛନ୍ତି ଆଇଏମଡି ଡିଜି । କିନ୍ତୁ ଏହା ଯଦି ବାତ୍ୟାର ରୂପ ନିଏ ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Show More

Related Articles

Back to top button