Breaking PLUSଓଡ଼ିଶାମୁଖ୍ୟ ଖବର
ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର- ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଇଓ ଗିରଫ ହୋଇଛନ୍ତି । ରେଡ୍ ବେଳେ ବିଇଓଙ୍କ ୩ଟି ବହୁତଳ କୋଠା ଠାବ ହୋଇଥିଲା । ଘରୁ ୬.୫ ଲକ୍ଷ ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଠାବ ହୋଇଥିଲା । ଯାହାର ସେ ସଠିକ ଜବାବ ଦେଇପାରିନଥିଲେ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।