Breaking PLUSଓଡ଼ିଶାମୁଖ୍ୟ ଖବର

ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ ଥେରାପି

ବୁର୍ଲା: ବୁର୍ଲା ଭିମସାରରେ ଅନ୍ଧାରୀ ଚିକିତ୍ସା। କର୍କଟ ରୋଗ ବିଭାଗରେ କେମୋ ଥେରାପି ଚାଲିଥିବାବେଳେ ୩ ଘଣ୍ଟା ଧରି ବିଦ୍ୟୁତ୍ କାଟ ହୋଇଥିଲା। ଫଳରେ ମୋବାଇଲ ଆଲୁଅରେ ରୋଗୀଙ୍କୁ କେମୋ ଦିଆଯାଇଥିଲା। ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଏଭଳି ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଛି। ବିନା କୌଣସି ପ୍ରାକ୍ ସୂଚନାରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟ୍ କରିଥିଲା। ଫଳରେ ଅନ୍ଧାରରେ ପଡି ରହିଥିଲେ କେମୋ ଚିକିତ୍ସା ନେଉଥିବା କର୍କଟ ରୋଗୀ। ଜରୁରୀ ପରିସ୍ଥିତିରେ କିଛି ରୋଗୀଙ୍କୁ ବାଧ୍ୟ ହୋଇ ମୋବାଇଲ ଲାଇଟରେ କେମୋ ଚିକିତ୍ସା ଦିଆଯାଇଥିବା ଦେଖିବାକୁ ମିଳିଛି ।ଗତକାଲି ବୁର୍ଲା କ୍ୟାନ୍ସର ଓ୍ବାର୍ଡରେ ତିନି ଘଣ୍ଟା ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ କ୍ୟାନ୍ସର ରୋଗୀ ମାନଙ୍କୁ ଅନ୍ଧାରରେ ପଡିରହିଥିଲେ। ସେପଟେ ଏହି ଘଟଣାକୁ ନେଇ ମେଡିକାଲ ଅଧୀକ୍ଷକ କହିଛନ୍ତି ଯେଉଁ ଠିକା ସଂସ୍ଥା ବିଦ୍ୟୁତ୍ ମରାମତି କାମ ନେଇଛି , ସେମାନଙ୍କର ଅବହେଳା ରହିଛି। ତେଣୁ ଏହି ଘଟଣାରେ ଯାହାର ଭୁଲ ରହିଛି ,ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

Show More

Related Articles

Back to top button