ସ୍ୱତନ୍ତ୍ର
ଛାଡ଼ଖାଇ
ମାସଯାକ ଯାହା ଥିଲା ଛାଡ଼
ଆଜି ତା ଉପରେ ମାଡ଼,
ମାଛ,ଛେଳି ଓ କୁକୁଡ଼ା ଯେତେ
ଦିଶୁଥାଇ ଚାରିଆଡ଼ l
ଘର ଆଜି ମହ ମହ ବାସେ
ନାନାଦି ବ୍ୟଞ୍ଜନ ବାଢ଼,
କାଲି ଦେଖିବ ପାଚିରୀ କଡ଼
ଛେଳି କୁକୁଡ଼ା ର ହାଡ଼ l
ଗଦା ହୋଇଥିବ କୁଢ଼ କୁଢ଼
ଛୋଟିଆ ଗୋଟେ ପାହାଡ଼,
ନିଜ ନାକ ନିଜେ ଚିପି ଧରି
ଯତନେ ତାହାକୁ କାଢ଼ l
ଛାଡ଼ଖାଇ ଉପଭୋଗ କରନ୍ତୁ
🙏ଦିଲ୍ଲୀପ ଶତପଥି 🙏