Breaking PLUSଓଡ଼ିଶାମୁଖ୍ୟ ଖବର

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ

ପୁରୀ- ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ଚାଷ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ। ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳର ୧କି.ମି ପରିସର ଭିତରେ କୁକୁଡା ଚାଷ ହୋଇପାରିବ ନାହିଁ। ୧ରୁ ୧୦ କି.ମି ପରିସରରେ କୁକୁଡା ବାହାରକୁ ପଠାଯାଇପାରିବ ନାହିଁ। ଏହାସହିତ ୧୫ଦିନରେ ଥରେ କୁକୁଡାମାନଙ୍କର ନମୁନା ପରୀକ୍ଷା କରାଯିବ। ୪ଥର ନମୁନା ପରୀକ୍ଷା ପରେ ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button