Breaking PLUSଓଡ଼ିଶାଦେଶରାଜନୀତି

ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ତୃତୀୟ ସ୍ଥାନ ଅଧିକାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୀର୍ଘ ଦିନ ଧରି କ୍ଷମତାରେ ଥିଲେ ମଧ୍ୟ ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଛି

ଲୋକପ୍ରିୟତାରେ ପୁଣିଥରେ ବାଜି ମାରିଲେ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି କ୍ଷମତାରେ ଥିଲେ ମଧ୍ୟ ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଛି । ଗତ ୨୨ ବର୍ଷ ହେଲା ରାଜ୍ୟର ଶାସନ ଗାଦିରେ ବସିଥିବା ନବୀନଙ୍କ ଖ୍ୟାତି କେବଳ ରାଜ୍ୟରେ ନୁହେଁ ବରଂ ଦେଶରେ ମଧ୍ୟ ବଢି ଚାଲିଛି । ଏହାରି ଭିତରେ ପ୍ରକାଶ ପାଇଛି ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡ ।

ଏହି ରିପୋର୍ଟ କାର୍ଡରେ ଦେଶରେ ଟପ୍ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କଚ୍ ମାଗାଜିନ ତରଫରୁ ପ୍ରସ୍ତୁତ ହୋଇଥିବା ଗୁଡ୍ ଗଭର୍ନାନ୍ସ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟପ୍-୩ ରେ ଦେଖିବାକୂ ମିଳିଛି। ପ୍ରଥମ ନମ୍ବରରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗ୍ଗନ ମୋହନ ରେଡ୍ଡୀ। ଦ୍ବିତୟରେ ଅଛନ୍ତି ପଞ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃତୀୟରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍କଚ୍‌ ଗଭର୍ଣ୍ଣାନ୍ସ ରିପୋର୍ଟ କାର୍ଡ ୨୦୨୧ ପ୍ରକାଶନ ଅନୁଯାୟୀ ଦେଶର ଶ୍ରେଷ୍ଠ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସାମିଲ ଅଛନ୍ତି । ତେବେ ଗତବର୍ଷ ୮ ନମ୍ବର ସ୍ଥାନରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି ବିଜେଡି । ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ହାସଲ କରିଛି ବିଜୁ ଜନତା ଦଳ । ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ତୃତୀୟ ସ୍ଥାନକୁ ଉନ୍ନତି ହେବା ତାଙ୍କ ପ୍ରତି ବଢୁଥିବା ଆଦର ପ୍ରମାଣିତ କରିଛି ।

Show More

Related Articles

Back to top button