Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ୍ କରିବେ ଇ-ବସ୍ ଓ ଇ-ରିକ୍ସା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୯ ତାରିଖରୁ ଇ-ବସ୍‌ ଏବଂ ଇ-ରିକ୍ସା ଗଡିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଇ-ବସ୍‌ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପ୍ରର୍ଯ୍ୟାୟରେ ୧୦ ଇ-ବସ୍‌ ଏବଂ ୪୫ଟି ଇ-ରିକ୍ସା ଚାଲିବ । ଜୁନ ୩୦ରେ ଇ-ବସ୍‌ର ପରୀକ୍ଷା ଆରମ୍ଭ ହୋଇଥିଲା । ବିନାଯାତ୍ରୀରେ ବସ୍‌ ଡିପୋରୁ ବାହାରି ସହର ବୁଲିଥିଲା । ପ୍ରାୟ ୨୫ ଦିନ ଧରି ଏହି ପରୀକ୍ଷା ଚାଲିବା ପରେ ସଫଳ ହୋଇଛି । କ୍ରୁଟ ଏହାକୁ ସାମିଲ କରିଛି । ଆଗାମୀ ଦିନରେ ଆହୁରି ଅଧିକ ବସ୍‌ ଅଣାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବସ୍‌ ଚାଲିବା ଦ୍ୱାରା ଧୂଆଁ ବାହାରିବନି କି ପରିବେଷ ପ୍ରଦୂଷଣ ହେବନାହିଁ । ଆରାମଦାୟକ ଯାତ୍ରା ସହ ତ୍ୱରିତ ସେବା ଯୋଗାଇବ ଏହି ଇ-ବସ୍‌ । ମୁଖ୍ୟ ରାସ୍ତାରେ ମୋ ବସ୍‌ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଲିବ । ବସ୍‌ରୁ ଓହ୍ଲାଇବା ପରେ ଘର ପର୍ଯ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କିମି ରାସ୍ତା ଯିବାକୁ ୧୦ ଟଙ୍କା ରଖାଯାଇଛି ।

Show More

Related Articles

Back to top button