ଆସନ୍ତା ୩୧ରେ ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଥିବା ସୁବିଧା ବିଷୟରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବରେ ନିବେଶକାରୀଙ୍କୁ ଜଣାଇବେ । ଏନେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି ।
ଶିଳ୍ପମନ୍ତ୍ରୀଙ୍କ ସୂଚନା ଅନୁଯାୟୀ , ମେକ୍ ଇନ୍ ଓଡିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବା ବେଳେ ଦ୍ବିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା ।ଏବେ ତୃତୀୟ ସଂସ୍କରଣ ଦିଲ୍ଲୀରେ ହେବାକୁ ଯାଉଛି । ଏହି ନିବେଶ ସଂସ୍କରଣରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି FICCI । ଦୁବାଇରୁ ୨୧ହଜଜାର ୩ଶହ କୋଟି ଟଙ୍କାର ପୁଞ୍ଜି ଆସିଛି ।
ସେହିପରି ୨୦୧୬ରୁ ମେକ ଇନ ଓଡିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇ ରହିଛନ୍ତି ଅନେକ ଶିଳ୍ପପତି । ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ।