Breaking PLUSଓଡ଼ିଶାମୁଖ୍ୟ ଖବର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନରେ ଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଗତକାଲି ଯେଉଁ ଉତ୍ତର ଦିଆଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା ବୋଲି ସେ କହିଛନ୍ତି। ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କୌଣସି ପ୍ରସ୍ତାବ ନାହିଁ। ସୁପ୍ରିମକୋର୍ଟଙ୍କ ମତ ଅନୁଯାୟୀ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସେ ଗତକାଲି କହିଥିଲେ। ସୋମବାର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଥିବାବେଳେ ଆଜି ନିଜ ମତରେ ୟୁ ଟର୍ଣ୍ଣ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

Show More

Related Articles

Back to top button