Breaking PLUSଓଡ଼ିଶାମୁଖ୍ୟ ଖବର
ଗତ 4 ବର୍ଷରେ ୩୬୪୨୦ ଜଣ ମହିଳା ଓ ୮୪୦୩ ଜଣ ଶିଶୁ ନିଖୋଜ

ଭୁବନେଶ୍ୱର, 17 ଫେବ୍ରୁଆରି – ବିଧାନସଭାରୁ ଆସିଲା ରାଜ୍ୟରେ ମହିଳା ଏବଂ ଶିଶୁ ନିଖୋଜ ସ୍ଥିତିର ଉଦବେଗଜନକ ଚିତ୍ର । ଗତ 4 ବର୍ଷରେ ୩୬୪୨୦ ଜଣ ମହିଳା ଓ ୮୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଗୃହରେ ବିଧାୟକ ଚକ୍ରମଣି କହ୍ନରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାବାଦ ଦଲାଲଙ୍କ ଦ୍ବାରା ଅନ୍ୟ ରାଜ୍ୟକୁ ମୋଟ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି । ତେବେ ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ 1417 ଜଣ ମହିଳା ଏବଂ 1857 ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗତ 4 ବର୍ଷରେ ମୋଟ 748 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।