Breaking PLUSଓଡ଼ିଶାମୁଖ୍ୟ ଖବର
ଚିକିତ୍ସା ଅବହେଳାରୁ ପ୍ରସବ ପୂର୍ବରୁ ମାଆ ପେଟରେ ଶିଶୁର ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ: ପ୍ରସବ ପୂର୍ବରୁ ମାଆ ପେଟରେ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଚିକିତ୍ସା ଅବହେଳା ଓ ଭୁଲ ଇଞ୍ଜେକସନ ଦିଆଯିବାରୁ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ଅଭିଯୋଗ ଆଣିଲେ ସଦର ବ୍ଲକ ଚାଉଳିଆଖମାର ଗାଁର ପ୍ରସୂତୀ । ଇଞ୍ଜେକସନ ଦେବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉ ଚିକିତ୍ସା କରି ନଥିଲେ ଡାକ୍ତର ।ଘରୋଇ ନର୍ସିଂହୋମ୍କୁ ଯିବା ପରେ ଗର୍ଭସ୍ଥ ଶିଶୁ ମୃତ ଜଣାପଡ଼ିଥିଲା ।ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ସିଡିଏମ୍ଓ କହିଛନ୍ତି ।