
ଢାକା: ଭାରତକୁ ପ୍ରଶଂସା କରିଛନ୍ତି ଚୀନ ରାଷ୍ଟ୍ରଦୂତ। କହିଲେ, ମୁଁ ଭାରତର ସବୁଠାରୁ ବଡ଼ ପ୍ରଶଂସକ। ବାଂଲାଦେଶରେ ଥିବା ଚୀନ ରାଷ୍ଟ୍ରଦୂତ ଲି ଜିମିଂ ଏହି ମନ୍ତବ୍ୟ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ନିଜ ମତ ରଖୁଥିବା ବେଳେ ଭାରତ ବିଷୟରେ ତାଙ୍କ ଭଲପାଇବାକୁ ଏପରି ପ୍ରକାଶ କରିଛନ୍ତି ଜିମିଂ। ସେ କହିଛନ୍ତି “ ବ୍ୟକ୍ତିଗତ ଭାବେ ମୁଁ ଭାରତର ସବୁଠାରୁ ବଡ୍ ପ୍ରଶଂସକ। ଆମେ ମିଳିମିଶି ଆମ ଭିତରେ ଥିବା ଅର୍ଥନୈତିକ, ଭୂରାଜନୈତିକ ସମସ୍ୟାର ସମାଧାନ କରିପାରିବୁ। ବାଂଲାଦେଶର କୂଟନୈତିକ ପ୍ରତିନିଧିଙ୍କ ସହ ଆଲୋଚନା କଲା ବେଳେ ଲିମ ଜିମିଂ କହିଛନ୍ତି ଯେ ଚୀନ ଭାରତକୁ କେବେ ବି ଏକ ରଣନୈତିକ ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖି ନାହିଁ। ତେବେ ବଙ୍ଗୋପ ସାଗରରେ ଅଧିକ ସେନା ମୁତୟନ ହେଉ ଚୀନ ଚାହେଁନି ଏହା ଦେଖିବାକୁ ଚହେଁନି ବୋଲି ଲି ଜିମିଂ କହିଛନ୍ତି।ଗତକାଲି ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ ଅବସର ନେବା ସମୟରେ ତାଙ୍କ ବିଦାୟିକାଳୀନ ଭାଷଣରେ ଭାରତ ଓ ଚୀନକୁ ଉପଦେଶ ଦେଇଥିଲେ। ଦୁଇ ଦେଶ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଥିଲେ। ତେବେ ତାଙ୍କୁ ଭାରତରେ କାମ କରି ଭଲ ଲାଗିଲା ବୋଲି କହିଥିଲେ। ଏହାପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସନଙ୍କ ସହ ମିଶି ଚୀନକୁ ମଧ୍ୟ ପରୋକ୍ଷରେ ପରାମର୍ଶ ଦେଇଥିଲେ। ଦୁଇ ଦେଶର ସମ୍ପର୍କର ସୁଧୁରିବା ସମସ୍ତଙ୍କର ଇଣ୍ଟରେଷ୍ଟ ଉପରେ ନିର୍ଭର କରେ ବୋଲି ଜୟଶଙ୍କର କହିଥିଲେ। ୨୦୨୦ରେ ପୂର୍ବ ଲଦାଖର ଗାଲୱାନ ଉପତ୍ୟକା ମଧ୍ୟରେ ସଂଘର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହୋଇପଡିଥିଲା। ଏହା ପୂର୍ବରୁ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ଘଟିଥିଲା।