ଦେଶଦେଶ ବିଦେଶସ୍ୱତନ୍ତ୍ର

ଖୁବଶୀଘ୍ର ଭାରତରେ ବ୍ୟାନ ହେବ ଚାଇନିଜ ଫୋନ୍,ଏନେଇ ହୋଇପାରେ ଘୋଷଣା

ଭାରତରେ ବ୍ୟାନ ହେବ ଚାଇନିଜ ଫୋନ୍ । ଏନେଇ ଖୁବଶୀଘ୍ର ହୋଇପାରେ ଘୋଷଣା ।ଭାରତରେ ୧୨ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଚାଇନିଜ୍‌ ଫୋନ୍ ବ୍ୟାନ୍ କରିବେ କେନ୍ଦ୍ର ସରକାର । ଲାଭା ,ମାଇକ୍ରୋମାକ୍ସ ଭଳି ଘରୋଇ କମ୍ପାନୀ ପ୍ରୋତ୍ସାହନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ।

ତେବେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚୀନ କମ୍ପାନୀ ଗୁଡିକୁ କୌଣସି ନୋଟିସ୍‌ କରାଯାଇନଥିବାବେଳେ କେବଳ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଯଦି ସରକାର ଏଭଳି ନିଷ୍ପତି ନିଅନ୍ତି ତାହାଲେ ସାଓମି,ଭିଭୋ, ଓପୋ, ପୋକୋ, ରେଡମି, ରିଅଲମି ଭଳି କମ୍ପାନୀ ପାଇଁ ଏହା ଏକ ବଡ ଝଟକା ହେବ ।

ସେହିପରି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାମସଙ୍ଗ ଏବଂ ଆପଲ୍ କମ୍ପାନୀମାନେ ବହୁତ ଲାଭବାନ ହେବେ। କାରଣ ସାମସଙ୍ଗ ଏହାର ମିଡିଲ୍‌ ରେଞ୍ଚ ଫୋନ୍‌ ଏବଂ ନୂଆ ଫୋନ୍‌ ଉପରେ ଅଫର ଦେଇପାରେ, ଆପଲ୍ ମଧ୍ୟ ଆଗକୁ ବଢି ତା ଫୋନ୍‌ ଉପରେ ଭଲ ଅଫର ଦେବାର ସମଭାବନା ରହିଛି ।

ଅନ୍ୟପଟେ  ଭିଭୋ, ଓପୋ ଏବଂ ସାଓମି ପରି କମ୍ପାନୀଗୁଡିକ ଆୟକର ବିଭାଗର ଟାର୍ଗେଟରେ ରହିଥିବାବେଳେ ଏହି କମ୍ପାନୀଗୁଡିକ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ସମ୍ପ୍ରତି ଏହି କମ୍ପାନୀଗୁଡିକର ଇଡି ରେଡ୍ ମଧ୍ୟ ହୋଇଛି ବୋଲି ସୂଚନା ମିଳିଛି |

 

Show More

Related Articles

Back to top button