
ଗୃହବନ୍ଦୀ ହେଲେ ଚୀନ ସୁପରପାଓ୍ବାର ରାଷ୍ଟ୍ରପତି ଜିନପିଙ୍ଗ।ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।ଯେଉଥି ପାଇଁ ସାରା ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେହିପରି ବେଜିଂ ବିମାନ ବନ୍ଦରରେ ୬ ହଜାରରୁ ଅଧିକ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ବିମାନ ବାତିଲ ସହ ବିକ୍ରି ହୋଇସାରିଥିବା ହାଇସ୍ପିଡ ରେଳ ଟିକେଟକୁ ରଦ୍ଦ କରିଦିଆଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
କୁହାଯାଇଛି କି, ଗତ ଦୁଇ ବର୍ଷ ଧରି ସେ ଚୀନ କମ୍ୟୁନିଷ୍ଟ ପାର୍ଟିର ନେତାମାନଙ୍କୁ ଭେଟି ନଥିବାବେଳେ ଗତ ୧୪ ତାରିଖରେ ଉଜବେକିସ୍ତାନ ସମରକନ୍ଦକୁ ଯାଇ ସେଠାରେ ସାଙ୍ଘାଇ ସହଯୋଗ ସମ୍ମିଳନୀରେ ସେ ଯୋଗ ଦେଇଥିହା ସତ୍ତ୍ୱେ ମଧ୍ୟ ବିଶେଷ ସକ୍ରିୟ ଭାବେ ସାମିଲ ହୋଇ ନଥିଲେ । କୌଣସି ଗୁରୁତ୍ବପୂର୍ଣ୍ଣ ଭାଷଣ ମଧ୍ୟ ଦେଇ ନଥିଲେ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଭେଟି ନଥିଲେ ।
ତେବେ ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ, ବୋଧହୁଏ ଚୀନ ରାଷ୍ଟ୍ରପତି କୌଣସି ଆଭ୍ୟନ୍ତରୀଶ ସମସ୍ୟାରେ ପଡ଼ି ଏପରି କରିଛନ୍ତି ।