Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା

ଭୁବନେଶ୍ୱର, 30 ମାର୍ଚ୍ଚ – ରାଜ୍ୟରେ 4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇ-ଟେକ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର 8 ଲକ୍ଷ 78 ହଜାର 953 ଆବେଦନକାରୀଙ୍କ ମଧ୍ୟରୁ 3 ଲକ୍ଷ 27 ହଜାର 642 ଜମାକାରୀଙ୍କୁ 128 କୋଟି ଟଙ୍କା ଫେରସ୍ତ କରାଯାଇଛି । ସେହିପରି କମିଶନ ସୁପାରିଶ କରିଥିବା 99 ହଜାର 845 କ୍ଷୁଦ୍ର ଜମାକାରୀଙ୍କୁ 47 କୋଟି ଟଙ୍କା କର୍ପସ ଫାଣ୍ଠିରୁ ଫେରସ୍ତ କରାଯାଇଛି । ଏହା ସହ 8 ଟି ସଂସ୍ଥାର ସମ୍ପତି ଜବତ ସହ ବ୍ୟାଜ୍ୟାପ୍ତି ଫଳରେ ସରକାରଙ୍କୁ ସାଢେ 8 କୋଟିରୁ ଅଧିକ ରାଶି ପ୍ରାପ୍ତ ହୋଇଛି । 68ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଆସ୍ଥାବର ସମ୍ପତ୍ତି ବ୍ୟାଜ୍ୟାପ୍ତି ନିମନ୍ତେ 90 ଟି ପ୍ରସ୍ତାବକୁ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ 42 ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି  । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏନେଇ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button