ଦେଶ ବିଦେଶବାଣିଜ୍ୟମନୋରଞ୍ଜନ
ସିନେମା ହଲ ଖୋଲିଲେ ବଢ଼ିଯିବ କି ଟିକେଟ୍ ମୂଲ୍ୟ?
ପୂରା ଦେଶ ଏବେ ସୁଦ୍ଧା କରୋନା ସଙ୍କଟକୁ ସାମ୍ନା କରୁଛି। ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାର ସମୟ ସହିତ ସବୁ କିଛି ଧୀରେ ଧୀରେ ଠିକ୍ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିବା ନିଶ୍ଚିତ ହୋଇଛି। ତେବେ ହଲ ଖୋଲିଲେ ବଢ଼ିବ କି ଟିକେଟ୍ ମୂଲ୍ୟ? ଏ ନେଇ ମଧ୍ୟ ଦର୍ଶକଙ୍କ ଭିତରେ କଳ୍ପନା ଜଳ୍ପନା ଲାଗି ରହିଛି

ତେବେ ଆଇନକ୍ସ ଲିଜର କହିଛି ମଲ୍ଟିପ୍ଳେକ୍ସରେ କଟକଣା ଲାଗୁ ହେବା ଯୋଗୁ ଟିକେଟ୍ ମୂଲ୍ୟ ବଢ଼ିବ ନାହିଁ। କେବଳ ଏତିକି ନୁହେଁ ସିନେ ପ୍ରେମୀଙ୍କ ସୁରକ୍ଷାର ଉଚିତ ଧ୍ୟାନ ମଧ୍ୟ ରଖାଯିବ। ଏହା ସହ ଗ୍ରାହକଙ୍କ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ପ୍ରଦାନ କରାଯିବ।କୋଭିଡ୍ ପାଇଁ ଏହି ସେକ୍ଟେର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ପୂର୍ବଭଳି ସବୁକିଛି କରିବାକୁ ଚେଷ୍ଟା କରାଯାଉଛି।
ସେଥିପାଇଁ ଲୋକଙ୍କ ସୁରକ୍ଷା ଓ ହାଇଜିନିକ ଉପରେ ବିଶେଷ ଧ୍ୟାନ ଦିଆଯିବ। ଲୟାଲିଟି ପୋଗ୍ରାମ ତଥା ଆଇନକ୍ସ ରିଓ୍ବାଡର୍ସ ସଦସ୍ୟଙ୍କୁ ବିଶେଷ ଅଫର ପ୍ରଦାନ କରାଯିବ। ଆଇନ୍ସ ତା’ ସଦସ୍ୟଙ୍କ ପାଇଁ ପ୍ରାଇଭେଟ୍ ସ୍କ୍ରିନିଂ ଆଣିବ। ଏଥିରେ ପୂରା ପରିବାର ତଥା ଛୋଟ ସମୂହ ଅଡିଟୋରିୟମ ବୁକ୍ କରିପାରିବେ ଓ ନିଜ ହିସାବରେ କଣ୍ଟେଣ୍ଟର ମଜା ନେଇପାରିବେ।