Breaking PLUSଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ବର 30ରେ ମୁଖ୍ୟମନ୍ତ୍ରୀଙ୍କ ଝାରଖଣ୍ଡ ଗସ୍ତ

ଭୁବନେଶ୍ୱର- ସେପ୍ଟେମ୍ବର ୩୦ତାରିଖରେ ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩୦ତାରିଖରେ ଝାଡଖଣ୍ଡରେ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ। ସେଠାରେ ପ୍ରାକ୍‌‌ ନିର୍ବାଚନୀ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧ତାରିଖରେ ଝାଡଖଣ୍ଡର ଚାଇଁବାସାର କୋଲ୍‌‌ ହାନ୍‌‌ ଗସ୍ତ କରି ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ। ପଶ୍ଚିମ ସିଂହଭୂମ ଓ ଚାଇଁବାସାର କୋଲରେ ସଂଖ୍ୟାଧିକ ଓଡ଼ିଆ ଲୋକ ରହୁଥିବାରୁ ସେଠାରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଝାଡଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା ହୋଇନଥିବା ବେଳେ ବିଜେପି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button