Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆବର୍ଷ ଶୁଭେଚ୍ଛା ଜଣାଇ ଭିଡିଓ ବାର୍ତ୍ତା ଦେଇଛନ୍ତି।  କହିଛନ୍ତି ଓଡିଶାର ଅଗଣିତ ଭାଇଭଉଣୀ ମାନଙ୍କୁ ମୋର ନବବର୍ଷର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷର ଶୁଭେଚ୍ଛା ଦେଇ କହିଛନ୍ତି ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ନୂଆବର୍ଷ ପ୍ରତ୍ୟେକ ଓଡିଆଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଆଣିଦେଉ। ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତ ୨୦୨୫ରେ ଅଧିକ ପରିଶ୍ରମ କରିବା। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଓଡିଶାବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

Show More

Related Articles

Back to top button