Breaking PLUSଓଡ଼ିଶାମୁଖ୍ୟ ଖବର
ରାହୁଲ ଗାନ୍ଧୀଙ୍କ ଆଚରଣକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଗୃହରେ ରାହୁଲ ଗାନ୍ଧିଙ୍କ ଦାୟିତ୍ୱହୀନ ଓ ଆପତିଜନକ ବ୍ୟବହାରକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଂସଦରେ ରାହୁଲ ଗାନ୍ଧୀଙ୍କ ଦାୟିତ୍ୱହୀନ ଓ ଆପତିଜନକ ବ୍ୟବହାର କାରଣରୁ ଆମ ଦଳର ବରିଷ୍ଠ ନେତା ତଥା ବାଲେଶ୍ୱରରୁ ଲୋକସଭା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ଆହତ ହୋଇଛନ୍ତି । ରାହୁଲ ଗାନ୍ଧିଙ୍କ ଏଭଳି ବ୍ୟବହାର କେବଳ ଅନସ୍ୱୀକାର୍ଯ୍ୟ ନୁହେଁ ବରଂ ଏହା ଗଣତନ୍ତ୍ରର ପବିତ୍ର ଗୃହର ବି ଅପମାନ ଅଟେ । ମୁଁ ପ୍ରତାପ ଷଡଙ୍ଗୀଙ୍କୁ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ଏବଂ ସଂସଦରେ ଏଭଳି କାଣ୍ଡର କଡା ନିନ୍ଦା କରୁଛି । ଗଣତନ୍ତ୍ରରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ ।