Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରତ୍ୟେକ ବ୍ଲକରେ ନିର୍ମାଣ ହେବ ଶୀତଳଭଣ୍ଡାର

ଭୁବନେଶ୍ୱର, 17 ଫେବ୍ରୁଆରି – ପ୍ରତ୍ୟେକ ବ୍ଲକରେ ଗୋଟେ ଲେଖାଏଁ ନିର୍ମାଣ କରାଯିବ ଶୀତଳଭଣ୍ଡାର । ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠୀ ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେଠାକୁ ଚାଷୀ କିଭଳି ଆଣି ନିଜ ପ୍ରଡକ୍ଟ ବିକିବେ ତାହାର ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ଲକରେ ଗୋଟେ ଲେଖାଏଁ କୋଲ୍ଡଷ୍ଟୋର ନିର୍ମାଣ ପାଇଁ ଯୋଜନା କରାଯାଉଛି।