Breaking PLUSଓଡ଼ିଶାମୁଖ୍ୟ ଖବର
24 ଘଂଟା ଥରାଇବ ଜାଡ, 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରା ରାଜ୍ୟରେ ଶୀତ ଲହରୀ ଲାଗି ରହିଥିବା ବେଳେ ଏବେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟ ଆହୁରି ଶୀତ ବଢ଼ିବ ଏବଂ ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
କିଛି ଦିନ ହେଲା ରାଜ୍ୟରେ ଶୀତ ବଢୁଛି।ଶୀତର ପ୍ରକୋପରେ ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଥିବାବେଳେ ସନ୍ଧ୍ୟା ହେବା ମାତ୍ରେ ଜାଡ଼ ମାଡ଼ି ଆସୁଛି ଏବଂ କୋହଲା ପବନ ଦେହ ଥରାଇ ଦେଉଛି । ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଶୀତରେ ଆଉ ୨୪ ଘଣ୍ଟା ଥରିବ ସମଗ୍ର ରାଜ୍ୟ। ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼଼ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨ ଦିନ ଘନ କୁହୁଡ଼ି ନେଇ କୋରାପୁଟ ଓ କନ୍ଧମାଳ ଜିଲାକୁ ସତର୍କ ସୂଚନା ଦିଆଯାଇଛି।