Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ଶୀତ ଲହର, ନ୍ୟୁନତମ ତାପମାତ୍ରା 3.6 ଡିଗ୍ରୀ ରେକର୍ଡ

ନୂଆଦିଲ୍ଲୀ, 13 ଜାନୁୟାରୀ- ରାଜଧାନୀ ଦିଲ୍ଲୀରେ ଭୀଷଣ ଶୀତଲହର ଅନୁଭୂତ ହେଉଛି । କେବଳ ଦିଲ୍ଲୀ ନୁହେଁ, ଏନସିଆରରେ ମଧ୍ୟ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ସକାଳେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 3.6 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କାଲି ଏହା 3.9 ଡିଗ୍ରୀ ଥିଲା । ଶୁକ୍ରବାର ଦିଲ୍ଲୀର ଶୀତ 5ବର୍ଷର ରେକର୍ଡ ଭାଙ୍ଗିଛି ।
ଆଜି ସକାଳେ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଚଳିତ ଋତୁରେ ଆଜି ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି । ଶନିବାର ଦିଲ୍ଲୀରେ ସଫଦରଜଙ୍ଗରେ ତାପମାତ୍ରା 3.9 ଡିଗ୍ରୀ ରେକର୍ଡ ହୋଇଛି । ଆଜି ଦିଲ୍ଲୀ- ଏନସିଆରରେ ଅଧିକ କୋହଲା ପାଗ ଅନୁଭୂତ ହୋଇଛି ।

Show More

Related Articles

Back to top button