Breaking PLUSଓଡ଼ିଶାମୁଖ୍ୟ ଖବର

ଖସୁଛି ପାରଦ, ଥରାଉଛି ଜାଡ

ଭୁବନେଶ୍ୱର- ଖସୁଛି ପାରଦ, ଥରାଉଛି ଜାଡ। ରାଜ୍ୟରେ ଶୁକ୍ରବାର ସବୁଠାରୁ ଥଣ୍ଡା ସହର ଭାବେ ଫୁଲବାଣୀର ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡି ଓ କୋରାପୁଟରେ ତାପମାତ୍ରା ୧୧ ଡିଗ୍ରୀ ରହିଛି । ସେହିପରି ଭବାନୀପାଟଣା, ଝାରସୁଗୁଡା -୧୨, ରାଉରକେଲା ୧୨.୧ ଡିଗ୍ରୀ, ନବରଙ୍ଗପୁର ୧୨.୫, ଅନୁଗୁଳ, ହୀରାକୁଦ ୧୨.୬, ବଲାଙ୍ଗୀର ୧୩.୨, ରାୟଗଡା ୧୩.୬, କଟକ ୧୬.୪, ଭୁବନେଶ୍ୱର ୧୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ଜାରି ରହିଛି । ସକାଳେ ଫୁଲବାଣୀ ସହ ଅନେକ ସ୍ଥାନରେ କୁହୁଡି ମାତ୍ରା କମ୍‌ ଥିଲା ମାତ୍ର ଶୀତ ଅନୁଭୂତ ହେଉଥିଲା । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ସହ ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ବଢିବା ସହ କୁହୁଡି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button