Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢିଛି ଶୀତର ପ୍ରକୋପ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ପ୍ରକୋପ ବଢ଼ିଛି। କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ଶୀତ ପଡ଼ିଛି। ରାତି ତାପମାତ୍ରା କମିବା ଯୋଗୁ କନ୍ଧମାଳ ଜିଲାର ଜି.ଉଦୟଗିରିରେ ପାରଦ ୪.୮ଡିଗ୍ରୀକୁ କମିଛି। ଏହି ଜିଲାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।

Show More

Related Articles

Back to top button