ସିନେଜଗତରେ ପାଦ ଦେଇଛନ୍ତି ହାସ୍ୟାଭିନେତା କପିଲ ଶର୍ମା
ହାସ୍ୟାଭିନେତା କପିଲ ଶର୍ମା ଓ ଓଡିଶାର ଗୌରବ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ଜଗତର ନିର୍ମାତା ନନ୍ଦିତା ଦାସଙ୍କୁ ନେଇ ନିର୍ମାଣ କରୁଛନ୍ତି ସିନେମା ।

ହାସ୍ୟାଭିନେତା କପିଲ ଶର୍ମା ଓ ଓଡିଶାର ଗୌରବ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ଜଗତର ନିର୍ମାତା ନନ୍ଦିତା ଦାସଙ୍କୁ ନେଇ ନିର୍ମାଣ କରୁଛନ୍ତି ସିନେମା । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ସିନେମାରେ କପିଲ ଜଣେ ଫୁଡ୍ ଡେଲିଭରୀ ବୟର ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି । ସେଥିରେ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ନଜର ଆସିବେ । ଆପ୍ଲାଉଜ୍ ଏଣ୍ଟରଟେନ୍ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍ସ ଦ୍ୱାରା ଏହି ସିନେମାଟି ପ୍ରସ୍ତୁତ ହେଉଛି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ମଧ୍ୟ ସାମିଲ ଅଛନ୍ତି ।
ସିନେମାକୁ କପିଲ କହିଛନ୍ତି,ଯେ ମୁଁ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଖୁସି । କାରଣ ମୁଁ ଫିଲ୍ମରେ ଭୂମିକା ନିର୍ବାହ କରୁଥିବାରୁ ନୁହେଁ, ବରଂ ମୁଁ ନନ୍ଦିତା ଦାସଙ୍କ ଫିଲ୍ମରେ ଅଭିନୟ କରୁଛି । ଶାହାନା କହିଛନ୍ତି, ନନ୍ଦିତା ମୋତେ ଏହି ଯାତ୍ରାର ଅଂଶ କରିଥିବାରୁ ମୁଁ କୃତଜ୍ଞ । ଭାରତୀୟ ସିନେ ଜଗତରେ ଜଣେ ସଫଳ ଏବଂ ଶ୍ରେଷ୍ଠ ସିନେ ନିର୍ମାତା, ଅଭିନେତା ମଧ୍ୟରେ ନନ୍ଦିତା ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।ଏଥିରୁ ଯାହା ଜଣାପଡୁଛି ସିନେମାକୁ ନେଇ କପିଲ ବହୁତ ଉତ୍ସାହିତ ଅଛନ୍ତି ।