Breaking PLUSଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ସୋନିଆଙ୍କୁ ଇଡି ସମନ ପ୍ରସଙ୍ଗକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ବିଧାନସଭା ଶୂନ୍ୟକାଳରେ ସୋନିଆଙ୍କୁ ଇଡି ସମନ ପ୍ରସଙ୍ଗ ଉଠିଛି। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ- ବିଜେପି ମୁହାଁମୁହିଁ ହୋଇଛନ୍ତି, ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦ ମିନିଟ ଏବଂ ପରେ ଅପରାହ୍ନ ୪ଟାଯାଏ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବୀ କରିଛନ୍ତି।
କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଇଡି ସିବିଆଇ ଲଗାଇ ସମନ ଜେରା କରାଯାଉଛି । ଅନ୍ୟପକ୍ଷେ, ନିର୍ଦ୍ଦିଷ୍ଟ ପ୍ରମାଣ ମିଳିବା ପରେ ସମନ ଓ ଜେରା କରାଯାଇଥିବା ବିଜେପି କହିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଥିଲା। ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

Show More

Related Articles

Back to top button