Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଫସିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ପୁଣି ବିବାଦରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରି ବିବାଦରେ ଫସିଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ତେବେ ବିବାଦ ବଢ଼ିବା ପରେ ସଫେଇ ଦେଇଛନ୍ତି ଅଧୀର ଚୌଧୁରୀ । ସେ ସଫେଇ ଦେଇ କହିଛନ୍ତି ଯେ ତାଙ୍କ ପାଟିରୁ ଭୁଲ ବଶତଃ ଏହି କଥା ବାହାରି ଯାଇଥିଲା । ଏହି ମାମଲାରେ ବିଜେପି ଅଯଥା ରାଜନୀତି କରୁଛି । ବିଜେପି ପାଖରେ କିଛି ପ୍ରସଙ୍ଗ ନାହିଁ । ତେଣୁ ଏହି ପ୍ରସଙ୍ଗରେ ଅଯଥା ରାଜନୀତି କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧୀର ଚୌଧୁରୀଙ୍କ ଏହି ମନ୍ତବ୍ୟକୁ ନେଇ ଆଜି ସଂସଦର ଉଭୟ ଗୃହରେ ହଙ୍ଗାମା ହୋଇଥିଲା । ଏହି ମାମଲାରେ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ । ଏହା ସହ ସାରା ଦେଶର ଗରିବ ଓ ଆଦିବାସୀଙ୍କୁ ଅଧୀର ଚୌଧୁରୀ କ୍ଷମା ମାଗନ୍ତୁ ବୋଲି ମଧ୍ୟ ସେ କହିଥିଲେ । ଏହି ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଅଧିରଙ୍କ ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିର ବ୍ୟାକରଣଗତ ଭୁଲ ବୟାନ ଦେଇଛନ୍ତି । କିନ୍ତୁ ଏହି ବୟାନକୁ ବଡ କରି ରାଜନୀତି କରିବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ।

Show More

Related Articles

Back to top button