Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର

2024 ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରକାଶ କରିଛନ୍ତି। କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ମୋତେ ୮୩ ବର୍ଷ ହେଲାଣି, ଆଉ ନିର୍ବାଚନ ଲଢ଼ିବି ନାହିଁ। ମାନସିକ ସ୍ତରରେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ତେବେ ମୋ ଉପରେ ଦଳ ରହିଛି। ଚୂଡ଼ାନ୍ତ ନିଷ୍ପତ୍ତି ଦଳ ନେବ ବୋଲି ଆଶା ରହିଛି।

ସେ କହିଛନ୍ତି ଯେ ମୋ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀରରୁ ପ୍ରାର୍ଥୀ ହେବେ। ସମରେନ୍ଦ୍ର ପ୍ରାର୍ଥୀ ହେବା ଆପତତଃ ସ୍ଥିର ହୋଇଛି, ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଯଦି ପ୍ରାର୍ଥୀ ହୁଅନ୍ତି ତାହେଲେ ସେ କଂଗ୍ରେସରୁ ହିଁ ଲଢ଼ିବେ। ଅନ୍ୟଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Show More

Related Articles

Back to top button