Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି
ମୋଦିଙ୍କୁ ଘେରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
ରାହୁଲ କହିଛନ୍ତି ଯେ, ମେକ୍ ଇନ୍ ଇଣ୍ଡିଆ ଏବଂ ହେଟ୍ ଇନ୍ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ।

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲଙ୍କ କହିବା କଥା, ମେକ୍ ଇନ୍ ଇଣ୍ଡିଆ ଏବଂ ହେଟ୍ ଇନ୍ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ଦେଶରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସେହିପରି ଦରଦାମ୍ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ରାହୁଲଙ୍କ କଥା ଶୁଣି ପ୍ରଧାନମନ୍ତ୍ରୀ ନୀରବ ରହିଛନ୍ତି। ଦେଶର ପ୍ରକୃତ ସମସ୍ୟା ଦୂର ହେବା ପରିବର୍ତ୍ତେ ଦେଶରେ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି। ଏହା ଦେଶକୁ ଧ୍ୱଂସମୁଖୀ କରାଇବ। ବହୁ ସ୍ଥାନରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ବଢ଼ିବାରେ ଲାଗିଛି ବୋଲି ରାହୁଲ କହିଛନ୍ତି। ଗତ ୫ ବର୍ଷ ମଧ୍ୟରେ ୭ଟି ବିଶ୍ୱସ୍ତରୀୟ ଅଟୋମୋଟିଭ୍ ବ୍ରାଣ୍ଡ୍ ଦେଶ ଛାଡ଼ିଥିବା ରାହୁଲ କହିଛନ୍ତି। ଏହା ଦ୍ୱାରା ୯ଟି ଫ୍ୟାକ୍ଟ୍ରି, ୬୪୯ ବିତରକ ଖାଲି ପଡ଼ିଛି। ଏହାଯୋଗୁ ୮୪,୦୦୦ ଲୋକ ଚାକିରି ହରାଇଥିବା ରାହୁଲ କହିଛନ୍ତି।