Breaking PLUSଓଡ଼ିଶାମୁଖ୍ୟ ଖବର

କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ କରୋନା

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି ଜଟଣୀ ବିଧାୟକ । ପାଖାପାଖି ୨ ବର୍ଷ ହେବ କରୋନା ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସେ । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, କିଛି ଦିନ ପୂର୍ବେ ସୁରେଶଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁରେଶ ରାଉତରାୟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । କରୋନା ରିପୋର୍ଟ ଆସିବା ପରେ ସେ ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି । ଏହାସହ ସୁରେଶଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିବା ସୂଚନା ମିଳିଛି । ତେବେ ଏହି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ସୁର କହିଛନ୍ତି ।

Show More

Related Articles

Back to top button