Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ସୋନିଆ ଓ ରାହୁଲଙ୍କୁ ଇଡିର ପଚରାଉଚରାକୁ ନେଇ କଂଗ୍ରେସର ବିରୋଧ

ପୁରୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୩୦ ଘଣ୍ଟା ଜେରା ଓ ରାଷ୍ଟ୍ରପତି ନିର୍ବାଚନ ଦିନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା ପୁରୀ କଂଗ୍ରେସ ବିରୋଧ କରିଛି। ଏହାର ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଛି। ଯେ ୧୫ ବର୍ଷ ତଳୁ ନ୍ୟାସନାଲ ହେରାଲ୍ଡ ମାମଲାରେ ବିଜେପି ସରକାର ଜାଣିଶୁଣି ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଛନ୍ତି ବୋଲି ଦଳ ଅଭିଯୋଗ ଆଣିଛି। କୌଣସି ଏତଲା ନଥାଇ ମଧ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୋଟିଏ ଦିନରେ ଇଡି ପଚରାଉଚୁରା ନସାରି ୩ ଦିନ ଧରି ପ୍ରାୟ ୩୦ ଘଣ୍ଟା ଜେରା କରିଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ଥିବା ସତ୍ତ୍ୱେ ରାଷ୍ଟ୍ରପତି ନିର୍ବାଚନ ଗଣତି ଦିନ ଜାଣିଶୁଣି ଇଡି ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇ ଜେରା କରାଯାଇଛି। ଏହା ବିରୁଦ୍ଧରେ ଗତକାଲି ଦେଶର ସମସ୍ତ ରାଜଧାନୀ ଓ ଆଜି ଜିଲ୍ଲା ସ୍ତରରେ ପ୍ରତୀକାତ୍ମକ ବିରୋଧ କରାଯାଇଛି। ଦରଦାମ ବୃଦ୍ଧିକୁ ଲୋକଙ୍କ ମନରୁ ଭୁଲାଇବା ପାଇଁ ବିଜେପିର ଏହି ହୀନ ରାଜନୀତିର ଜବାବ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button