ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଅକ୍ଟୋବର ୧୭ରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ୧୯ରେ ଭୋଟ ଗଣତି

ନୂଆଦିଲ୍ଲୀ: ଅକ୍ଟୋବର ୧୭ରେ ହେବାକୁ ଯାଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଭୋଟ ଗଣତି ହେବ ଅକ୍ଟୋବର ୧୯ରେ । କଂଗ୍ରେସ କାର୍ଯ୍ୟକାଳରୀ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦଳର ଶୀର୍ଷସ୍ତର ନିଷ୍ପତ୍ତି ନେବାର କ୍ଷମତା ଥିବା ଏହି କମିଟିପକ୍ଷରୁ ନିର୍ବାଚନ ନେଇ ବିଧିବଦ୍ଧ ତାରିଖ ଘୋଘଣା କରାଯାଇଛି। ରବିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ। ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନୋମିନେଶନ ଫାଇଲ କରାଯିବ। ଅକ୍ଟୋବର ୧ରେ ଯାଞ୍ଚ କରାଯିବ। ଏବଂ ଅକ୍ଟୋବର ୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଗଣନା କରାଯାଇ ଫଳ ଘୋଷଣା କରାଯିବ। ଏହାପୂର୍ବରୁ ନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସେପ୍ଟେମ୍ବର ୨୦ ପରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତେ। ହେଲେ ଏହି ପକ୍ରିୟା ବିଳମ୍ବ ହୋଇଥିଲା। ତେବେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

 

Show More

Related Articles

Back to top button