ଓଡ଼ିଶା ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
ବିଜେପି ଓ ବିଜେପିକୁ ସାଧିଲେ ନିଶାନା
ଭୁବନେଶ୍ୱର- ଓଡ଼ିଶା ଗସ୍ତରେ ଆସି ଫୁଲବାଣୀରେ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହି ଅବସରରେ ସେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷଛନ୍ତି । ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାସନ କଲେ ମଧ୍ୟ ଏଠାକାର ଲୋକଙ୍କ କିଛି ବି ବିକାଶ ହୋଇନି । ରାଜ୍ୟରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଲାଣି । କାମ ମିଳୁ ନ ଥିବାରୁ ଏଠାକାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁଛି । କାହିଁକି ଓଡ଼ିଶାରେ ଦାଦନ ଓ ମହଙ୍ଗା ମାଡ଼ ହେଉଛି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ସବୁ କିଛି ଅଛି । ୨୪ ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ।ବିଜେପି ତାଠୁ ଅଧିକ ବି ଦାଇ । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି । ଆମେ ସମ୍ବିଧାନକୁ ବଞ୍ଚାଇବା ଓ ଦେଶକୁ ଏକଠି ରଖିବାର ଲଢେଇରେ ଲଢ଼ୁଛୁ । ଖଣି ଖାଦାନ ଏଠୁ ଲୁଟ ହେଉଛି । ୪୦୦ ପାର କଥା ବିଜେପି କହୁଛି କିନ୍ତୁ ତୁମେ ଆଣିବ କେଉଁଠୁ ? ମୋଦି ଗ୍ୟାରେଣ୍ଟି କିଛି କାମ ଦେବନି । ଲୋକେ ମନ ପରିବର୍ତ୍ତନ କଲେଣି, ଏବେ କଂଗ୍ରେସକୁ ସରକାରକୁ ଆଣିବେ । ଗଠବନ୍ଧନ ସରକାରକୁ ଆସିଲେ ଦେଇଥିବା ଇସ୍ତାହାର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।