Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଥାନା ଘଟଣାରେ କଂଗ୍ରେସର ପ୍ରତିବାଦ

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ପ୍ରତିବାଦ କରିଛି ଯୁବ କଂଗ୍ରେସ। ଭୁବନେଶ୍ୱର କଂଗ୍ରେସ ଭବନରୁ ଯୁବ କଂଗ୍ରେସ କର୍ମୀମାନେ ରାଲିରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି। ଘଟଣାରେ ପୁଲିସକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଛି ସେବେଠୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ଏଠାରେ ରକ୍ଷକ ବକ୍ଷକ ସାଜିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ ଲୋୟର ପିଏମଜିରେ ବ୍ୟାରିକେଡ ଡେଉଁ ଯିବାକୁ ପ୍ରୟାସ କରିଛନ୍ତି କଂଗ୍ରେସ କର୍ମୀ। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ପୁଲିସ ଉପରକୁ ଟମାଟୋ ଓ ଅଣ୍ଡା ମାଡ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ସବୁଠୀ ତାଙ୍କୁ ଏପରି ଅଣ୍ଡା, ଟମାଟୋ ମାଡ ହେବ ବୋଲି କଂଗ୍ରେସ କହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button