Breaking PLUSଆଇନ କାନୁନମୁଖ୍ୟ ଖବର

କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ବିରୋଧରେ ଷଡଯନ୍ତ୍ର

ରାଜ୍ୟ କଂଗ୍ରେସର ଖୁବ୍‌ଶୀଘ୍ର ନବକଳେବର ହେବାକୁ ଯାଉଛି।

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଖୁବ୍‌ଶୀଘ୍ର ଏକ ପରିବର୍ତ୍ତନ ହେବାକୁ ଯାଉଛି। ପିସିସି ସହ ବିଧାୟକ ଦଳ ନେତାର ରୂପରେଖ ମଧ୍ୟ ବଦଳିବାକୁ ଯାଉଛି। କିଛିଦିନ ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି। ଉଭୟ ନେତା ଇସ୍ତଫା ଖବରକୁ ଖଣ୍ଡନ କରିନାହାନ୍ତି । ଏହି ମଧ୍ୟରେ ଆଉ ଏକ ଦଳୀୟ ସୂଚନା କଂଗ୍ରେସ ଅଭ୍ୟନ୍ତର ରାଜନୀତିକୁ ସରଗରମ କରିଛି । କଂଗ୍ରେସର ଭିତର ମହଲରୁ ମିଳିଥିବା ଏକ ଗୁପ୍ତ ସୂଚନା ଅନୁସାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାୟକ ଦଳ ନେତା ପଦରୁ ଇସ୍ତଫା ପରେ ବରିଷ୍ଠତା ଦୃଷ୍ଟିରୁ ସୁରେଶ କୁମାର ରାଉତରାୟଙ୍କୁ କାଳେ ହାଇକମାଣ୍ଡ ବିଧାୟକ ଦଳ ନେତା ଘୋଷଣା କରିଦେବେ । ଏହାକୁ ଦୃଷ୍ଟିରେ ରଖି ତାଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇଥିବା ଜନୈକ କଂଗ୍ରେସ ନେତା ନାମ ଗୋପନ ରଖି କହିଛନ୍ତି । କୌଣସି ବିଶୃଙ୍ଖଳା ହେଲେ ଶୃଙ୍ଖଳା କମିଟି ବୈଠକ ଡକାଇ କାରଣ ଦର୍ଶାଇ ନୋଟିସ୍ ଜାରି କରିବା କଥା। ମାତ୍ର ସିଧାସଳଖ ପିସିସି ସଭାପତିଙ୍କ ଦ୍ୱାରା ନୋଟିସ୍ କରାଯିବା କଥା ନୁହେଁ । ଯେଉଁଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁର ରାଉତଙ୍କୁ କାରଣ ଦର୍ଶାଇ ନୋଟିସ୍ ଜାରି କରିଥିଲେ ତାର ପରଦିନ ପିସିସି ସଭାପତି ଏକ ମନ୍ତବ୍ୟରେ କହିଥିଲେ, ସୁର ବାବୁ ଜଣେ ବରିଷ୍ଠ ନେତା ଓ ବିଧାୟକ । ସେ ଜଣେ ଏଆଇସିସି ସଦସ୍ୟ । ତେଣୁ ଏପରି ମନ୍ତବ୍ୟ ଦେବା ଠିକ୍ ନୁହେଁ । ସେ କାରଣ ଦର୍ଶାଇ ନୋଟିସ୍‌ର ଉତ୍ତର ରଖନ୍ତୁ, ତାଙ୍କର ବିଚାର ଏଆଇସିସି କରିବ। ରାତିଅଧିଆ ନୋଟିସ୍ ସହ ନିରଞ୍ଜନଙ୍କ ଏହି ମନ୍ତବ୍ୟ କ’ଣ ସୁରଙ୍କ ବିରୋଧରେ ଏକ ଶୀତଳ ଷଡଯନ୍ତ୍ର । ଏଆଇସିସି ଯଦି ଶ୍ରୀ ରାଉତରାୟଙ୍କ ନାଁ ବିଚାର କରିବେ, ତେବେ ଏହି କାରଣ ଦର୍ଶାଇ ନୋଟିସ୍‌ର ଦ୍ୱାହି ଦେଇ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଇ ପାରିବ ବୋଲି ଜନୈକ କଂଗ୍ରେସ ନେତାଙ୍କ ନାମ ଗୋପନ ରଖି କହିଛନ୍ତି।

Show More

Related Articles

Back to top button