
ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ରାମ ନବମୀ ଅବସରରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଲକ୍ଷ୍ନୌ ଆଖୁ ପ୍ରତିଷ୍ଠାନରେ ବେଦାନ୍ତ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚମ୍ପତ ରାୟ ଲକ୍ଷ୍ନୌ ଆସିଥିବା ବେଳେ ଏହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୪ରେ ସାଧାରଣ ନିର୍ବାଚନ ହେତୁ ସମ୍ଭାବନା କମ୍ ରହିଛି। କାରଣ ଲୋକସଭା ନିର୍ବାଚନ ୨୦୨୪ ଯୋଗୁଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବ ଏବଂ ପଥର କାମ ସମୟ ଲାଗିବ, ତେଣୁ ସମ୍ଭାବନା କମ୍। କିନ୍ତୁ ୨୦୨୩ରେ ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ପ୍ରୟାସ କରାଯାଉଛି ଯାହା ଦ୍ୱାରା ଭକ୍ତମାନେ ପ୍ରାର୍ଥନା କରିପାରିବେ ବୋଲି ଚମ୍ପତ ରାୟ କହିଛନ୍ତି। ଏହା ପୂର୍ବରୁ କୋଭିଡ-୧୯ ମହାମାରୀ ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।