Breaking PLUSଦେଶ ବିଦେଶମୁଖ୍ୟ ଖବର
କେରଳରେ ପୁଣି ଥରେ ବଢୁଛି କରୋନା ସ୍ଥିତି, ଲାଗୁ ହେଲା ଲକଡାଉନ୍
କେରଳରେ କୋଭିଡ୍ ସ୍ଥିତି ଉଦ୍ବେଗଜନକ। ଦେଶରେ ଅଧା ମାମଲା କେରଳରୁ ଆସୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧି ହେତୁ ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।

ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ ନିୟନ୍ତ୍ରଣ କେନ୍ଦ୍ରର ନେତୃତ୍ୱରେ ସରକାର କେରଳକୁ ଏକ ୬ ଜଣିଆ ଟିମ୍ ପଠାଉଛନ୍ତି। କେରଳରେ ବହୁ ସଂଖ୍ୟକ କରୋନା ମାମଲା ରିପୋର୍ଟ ଆସୁଥିବାରୁ ଏହି ଟିମ୍ କୋଭିଡ୍ ପରିଚାଳନାରେ ରାଜ୍ୟକୁ ସହାୟତା କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି।