ସମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆମର ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ପଜିଟିଭ ବାହାରିଥିଲା । ଯାହା ମଧ୍ୟରୁ ୮ ଜଣ ଓମିକ୍ରନ ଭ୍ୟାରିୟାଣ୍ଟର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୧୦ ଜଣଙ୍କର ନେଗେଟିଭ ଆସିଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ଅଛି । ନାଇଟ କର୍ଫ୍ୟୁ କି ଲକଡ଼ାଉନ ଭଳି କଟକଣାର ଏବେକା ସମୟରେ କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେନସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ। ତେଣୁ ଆଗାମୀ ଦିନର ସଂକ୍ରମଣ ହାରକୁ ଦେଖି ନିଷ୍ପତ୍ତି ନିଆଯିବ ।