Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନାରେ ନୂଆ ଭାରିଆଣ୍ଟ NeoCov

ପ୍ରତି ୩ ଜଣଙ୍କରେ ନେବ ଜଣଙ୍କ ଜୀବନ

ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଏହାର ସଂକ୍ରମଣ ଦିନକୁ ଦିନ ନୂଆ ନୂଆ ରେକର୍ଡ କରିବା ଲାଗିଛି । ଅନେକ ଲୋକଙ୍କ ଜୀବନ ନେଇସାରିଲାଣି ଏହି ଭୂତାଣୁ । ତେବେ ଏସବୁ ଭିତର ଚୀନ୍‌ର ଜଣେ ବୈଜ୍ଞାନିକ କରୋନାର ଏକ ନୂଆ ଭାରିଆଣ୍ଟ ନେଇ ସୂଚନା ଦେଇଛନ୍ତି । NeoCov ନାମକ ଏହି ନୂଆ ଭାରିଆଣ୍ଟଟି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି ବୋଲି କହିଛନ୍ତି । ଓ୍ୱୁହାନ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ, NeoCov ଭାଇରସ ବହୁତ ମାରାତ୍ମକ ସହ ସଂକ୍ରାମକ । ପୂର୍ବ ଭାରିଆଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ । ବାୟୁମଣ୍ଡଳରେ ଖୁବଶୀଘ୍ର ବ୍ୟାପିଯାଇଥାଏ ।

ଏପରିକି ପ୍ରତି ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇପାରେ । ତେଣୁ ଏଥିପ୍ରତି ଆମକୁ ସତର୍କ ରହିବାକୁ ପଡିବ । କରୋନାର ଏହି ଭାରିଆଣ୍ଟ NeoCovଟି MERS-CoV ଭାଇରସ ସହିତ ଜଡିତ ରହିଛି । ପ୍ରଥମେ ୨୦୨୧ ଓ ୨୦୧୫ରେ ପଶ୍ଚିମ ଏସିଆ ଦେଶରେ ଏହାର ପ୍ରକୋପ ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି କି, କରୋନା ଭାଇରସର NeoCov ଏବେ ଯାଏଁ କୌଣସି ଲୋକଙ୍କ ଠାରେ ଦେଖାଯାଇନାହିଁ । ଏହା ଦକ୍ଷିଣ ଆଫ୍ରିକାରେ ବାଦୁଡିଙ୍କ ଠାରେ ଦେଖାଯାଇଥିଲା । ବର୍ତ୍ତମାନ ଯାଏଁ କେବଳ ପଶୁମାନଙ୍କ ଠାରେ ଏହି ଭାଇରସ ଦେଖାଯାଇଛି ।

Show More

Related Articles

Back to top button